Thursday, August 22, 2019

Dada in my cam





ତୁମେ ରହିଗଲ ଆଜି ଚିତ୍ରରେ...
ମୁଁ ଯେ ସଜ ହସ ଲୋଡ଼େ ଓଷ୍ଠରେ,
ସ୍ଥାଣୁ ନିର୍ଜୀବ ହସ କିବା ଫୁଟାଇବ ,
ମୋ ଅଗଣାରେ ଫୁଲ ସଜୀବ?
ମୁଁ ତୁମ ଦୂରଦୃଷ୍ଟିର ଆଶାରେ ,
ତୁମେ ରହିଗଲ ଆଜି ଚିତ୍ରରେ...।।


ତୁମ ବାଡ଼ି ସିନା ଏଠି ରହିଗଲା,
ହାତ କାହିଁ ଆଜି ହଜିଗଲା ,
ଆଦ୍ୟା ବାଡ଼ି ଧରି ଖୋଜେ  ଅଗଣାରେ  ,
ବଡୁକୁ ନେବ ସେ ବାବା ଘରେ,
ତୁମେ ବାସ୍ତବରୁ ଗଲ ସ୍ୱପ୍ନରେ..
ତୁମେ ରହିଗଲ ଆଜି ଚିତ୍ରରେ...।।

ମୋର ସଦା ଜର୍ଜର ଶରୀର,
ତୁମ ସ୍ପର୍ଶରେ ହୁଏ ଉର୍ବର,
ପାଟି ଖୋଜେ ତୁମ ଛୁଆଁ ମହୁର,
ତୁମ ହାତେ ବିଷ ଅମୃତ ଧାର,
ଶିରେ ଯେବେ ଉଠେ ଘୋର ବେଦନା,
ତୁମ ସ୍ପର୍ଶରେ ହୁଏ ସବୁ ଉଣା,
ତୁମ ବିନା ମୁଁ ସଂସାରେ ଅଜଣା,
କିବା ପରିଚୟ କରେ କଳ୍ପନା,
ମୁଁ ଖୋଜି ବୁଲେ ଭୂତ ବିଶ୍ୱରେ,
ତୁମେ ରହିଗଲ ଆଜି ଚିତ୍ରରେ ...।।

ଆଇ ଅଧେ ନେଇ ଗଲେ  ଜୀବନ,
ଅଧେ ତୁମ ପାଦେ ଆଜି ଅର୍ପଣ,
ସ୍ନେହ ପ୍ରିତୀ ହେଲା ଚୀର ସପନ,
କାହିଁ ଲାଗେନା ଆଜି ମୋ ମନ,
ମୁଁ ରାମାୟଣ ପାଇଁ ଖଟ ପାଖେ,
ଖଟ ତୁମ ପାଇଁ ବୁଡ଼େ ଚୀର ଶୋକେ,
ତୁମେ କହିବ କିପରି ଚିତ୍ରରେ ??
ତୁମେ ରହିଗଲ ଆଜି ଚିତ୍ରରେ... ।।

ମାଁ ଚାହିଁ ବସିଛନ୍ତି ବାଢି ଭାତ ,
ବାପା ଯାଉଛନ୍ତି ଦେବେ  ଡାକ ହାକ ,
ଯେବେ ବାଟ ଚାହେଁ ତୁମ ପାଦ ଧୂଳି,
ପାଦ ଲୁଚେ ଚିତ୍ରରେ ମୁହଁ କେଳି,
କାହୁଁ ଆସିବ ବା ଆଜି ଆମ ଦ୍ୱାରେ,
ତୁମେ ରହିଗଲ ଆଜି ଚିତ୍ରରେ ....||

ମନ ମାନେନା ତୁମେ ଯେ ନଶ୍ୱର,
ଖୋଜେ ପ୍ରତି ଦିଗ ଦିଗାନ୍ତରେ,
ସବୁ ଗଛ ଲତା ଖୋଜେ ତୁମ ସ୍ୱର,
ଗାଈ ବାଛୁରୀ ର ଶୁଭେ ହାମା ଠାର ,
ବିଜମରା ଧୂଳି ମାଟି କାନ୍ଦି ଝୁରେ ,
ତୁମେ ରହିଗଲ ଆଜି ଚିତ୍ରରେ ...||

ଆମେ ତୁମ ସ୍ୱପ୍ନର ରୂପ ଭରା,
ତୁମ ପଣକିଆ ପଢି ଆଗଭରା ,
ତୁମ ହାତ ଗଢ଼ା ସବୁ ପସରା,
ସବୁ ଖୋଜନ୍ତି କର୍ତାର ଇସାରା,
ମନେ ନାହଁ କି ଦାଦା ତୁମର?
ରାତିପାହିଲାଣି ହେଲା ସକାଳ,
ବାପା ହେବେନିକି ଆଜି ଜୁହାର !
ଚାରି ଦିଗେ ମୁଁ ଜେ ଖୋଜି ମରେ,
ତୁମେ ରହିଗଲ ଆଜି ଚିତ୍ରରେ...।।



















0 comments:

Post a Comment